ଭୁବନେଶ୍ୱର : ଭାରତୀୟ ଟେନିସ କ୍ରିକେଟ ସଂଘ ଦ୍ୱାରା ଚଳିତ ମାସ ୨୬ ତାରିଖ ଠାରୁ ୨୮ ପର୍ଯ୍ୟନ୍ତ ଦିଲ୍ଲୀ ସ୍ଥିତ ରୋହିଣୀ କ୍ରିକେଟ ପଡିଆରେ ବରିଷ୍ଠ ବର୍ଗର ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା – ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଦେଶର ୨୪ଟି ରାଜ୍ୟରୁ ଖେଳାଳି ଯୋଗଦେବାକୁ ଯାଉଛନ୍ତି। ଓଡିଶା ତରଫରୁ ଏକ ୧୬ଜଣିଆ ଟେନିସ କ୍ରିକେଟ ଦଳ ଚୟନ କରାଯିବ। ଏଥିପାଇଁ ଏକ ରାଜ୍ୟସ୍ତରୀୟ ଚୟନ ଶିବିର ୧୪ ଓ ୧୫ ଏପ୍ରିଲରେ ସ୍ଥାନୀୟ ସୁନ୍ଦରପଦାସ୍ଥିତ ସାକ୍ସ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଚୟନ ଶିବିରରେ ଟେନିସ କ୍ରିକେଟ ସଂଘ ଓଡ଼ିଶାର ଚୟନକର୍ତ୍ତା କମିଟି ଖେଳାଳିଙ୍କୁ ଚୟନ କରିବେ। ଟେନିସ କ୍ରିକେଟ ସଂଘ ଓଡ଼ିଶାର ସଭାପତି ଏବଂ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହାକୁ ପରିଚାଳନା କରିବେ।ଇଛୁକ ଖେଳାଳି ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଛନ୍ତି ,ସେମାନେ କର୍ମକର୍ତ୍ତା ଚୟନ କମିଟିଙ୍କ ଦୂରଭାଷ ନମ୍ବର ୯୯୩୮୩୯୮୯୦୩/ ୮୨୪୫୯୫୫୦୫୪୯/ ୯୯୩୭୯୯୯୨୪୨ ସହିତ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯଇଛି।
ଓଡ଼ିଶା ଟେନିସ କ୍ରିକେଟ ସଂଘର ଖେଳାଳି ଚୟନ ଶିବିର
Share Now: